ଛେଣ୍ଡିପଦା,୨୨।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମରେ ସୋମବାର ସାପ କାମୁଡ଼ାରେ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଶିବୁ ବେହେରାଙ୍କ ଦେଢ଼ ବର୍ଷର ଝିଅ ରାନୀ।
ଶିବୁ ଏବଂ ତାଙ୍କ ପରିବାର ରବିବାର ରାତିରେ ଶୋଇଥିବା ବେଳେ ରାନୀଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଏ ନେଇ ପରିବାରଲୋକେ ଜାଣିବା ପେରେ ରାନୀଙ୍କୁ ପ୍ରଥମେ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।