ଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଝରିଗାଁ, ୨।୬(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚଚା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରବି ହରିଜନଙ୍କ ଝିଅ ଇନ୍ଦୁ ହରିଜନ(୧୨)। ଘରେ ପରିବାର ଲୋକଙ୍କ ସହ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ଇନ୍ଦୁଙ୍କ ଡାହାଣ ଗୋଡ଼କୁ କିଛି କାମୁଡିଥିବା ନେଇ ପରିବାର ଲୋକକୁ ଜଣାଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ରାତି ପ୍ରାୟ ୩ଟାରେ ଏକ ଅଟୋ ସହାୟତାରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡା. ଅଜିତ ଦାଶ ପ୍ରକାଶ କରିଛନ୍ତି। ଖବରପାଇ ସ୍ଥାନୀୟ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଚଳାଇଛି।

Share