ଶୋଇଥିବା ବେଳେ ମସାରି ସହ ଶିଶୁପୁତ୍ରକୁ କାମୁଡ଼ି ନେଲା ଶିଆଳ: ଗୁରୁତର ଅବସ୍ଥାରେ ଉଦ୍ଧାର, ଭଦ୍ରକ ମେଡିକାଲରେ ଚାଲିଛି ଚିକିତ୍ସା

ଭଦ୍ରକ ଅଫିସ,୨୯।୬: ଶିଆଳ କାମୁଡ଼ାରେ ଶନିବାର ଜଣେ ଚାରି ମାସର ଶିଶୁପୁତ୍ର ଗୁରୁତର ହୋଇଛି। ସେ ହେଲେ ବାସୁଦେବପୁର ପୌରପାଳିକା ବାଲିନଗର ଗ୍ରାମର ବଳରାମ ଗିରୀଙ୍କ ପୁଅ ଅମିତ। ସକାଳେ ଅମିତ ଘରେ ଶୋଇଥିବା ବେଳେ ହଠାତ୍‌ ଏକ ଶିଆଳ ଘରେ ପଶି ତାଙ୍କୁ ମସାରି ସହ ଟାଣି ନେଇଥିଲା। ପରିବାରଲୋକେ ଗୋଡ଼ାଇ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।