ଶୋଇଥିଲାବେଳେ ଜଳିଗଲେ ବ୍ୟକ୍ତି

ବାଲେଶ୍ୱର ଅଫିସ୍‌, ୩।୧୨: ବାଲେଶ୍ୱର ଜିଲା ସଦର ଥାନା ଅଧୀନସ୍ଥ ସୁନ୍ଧୁରି ଛକରେ ଥିବା ଏକ କୋଠା ଘରେ ସୋମବାର ବିଳମ୍ବିତ ରାତିରେ ହଠାତ୍‌ ନିଆଁ ଲାଗିଯାଇଛି। ଫଳରେ ଘର ମାଲିକ କୁଶ ଭାରତୀ(୫୧)ଙ୍କ ଶୋଇଥିବା ଅବସ୍ଥାରେ ନିଆଁରେ ପୋଡିହୋଇ ମୃତ୍ୟୁ ହୋଇଛି। କୋଠା ଘରର ୩ଟି ବଖରା ନିଆଁ ଲାଗି ଯାଇଥିବାବେଳେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବ୍ୟବସାୟିକ ଶତ୍ରୁତା ଥିବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏନେଇ ଥାନାରେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ।