ଶୋଇବା ପୂର୍ବରୁ ପିଅନ୍ତୁ ଏକ ଗ୍ଲାସ୍‌ ଉଷୁମ ପାଣି

ଶରୀରରେ ଜଳୀୟଅଂଶର ମାତ୍ରା ନିୟନ୍ତ୍ରଣରେ ରଖିବା ଲାଗି ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ। ଏହାଦ୍ୱାରା ବିଷାକ୍ତ ପଦାର୍ଥ ଶରୀରରୁ ବାହାରିଯାଇଥାଏ। ତେବେ କ’ଣ ଆପଣ ଜାଣନ୍ତି ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ ପାଣି ପିଇବା ଦେହ ପାଇଁ ଖୁବ୍‌ ଭଲ।

ଏହାର  ଉପକାର ସମ୍ବନ୍ଧରେ ଜାଣନ୍ତୁ:

– ଶରୀରରୁ ପାଣିର ମାତ୍ରା କମ୍‌ ହେଲେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜେ। ଧୀରେ ଧୀରେ ବିଷାଦଗ୍ରସ୍ତ ହେବା ପରି ମନେହୁଏ। ଯାହାକି ନିଦ୍ରାହୀନତାର କାରଣ ପାଲଟେ। ଏଣୁ ଶୋଇବା ପୂର୍ବରୁ ଉଷୁମ୍‌ ପାଣି ପିଇବା ଉଚିତ।

-ଉଷୁମ ପାଣି ଶରୀରର ତାପମାତ୍ରା ବଢ଼ାଇଥାଏ। ଏହାକୁ ପିଇବା ପରେ ଝାଳ ବାହାରିଥାଏ। ଏହାଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ। ଫଳରେ ରକ୍ତ ସଞ୍ଚାଳନ ତ୍ୱରାନ୍ବିତ ହୋଇଥାଏ। ରକ୍ତ ସଞ୍ଚାଳନ ତ୍ୱରାନ୍ବିତ ହେବା ଦ୍ୱାରା ମାଂସପେଶୀ ଏବଂ ଶିରାପ୍ରଶିରା ଉପରେ ଭଲ ପ୍ରଭାବ ପଡେ।

-ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଦ୍ୱାରା ପାଚନତନ୍ତ୍ର ମଜଭୁତ ହୋଇଥାଏ।

-ଉଷୁମ ପାଣି ତ୍ୱଚାର କୋଷଗୁଡ଼ିକୁ ନଷ୍ଟ ହେବାକୁ ଦିଏନାହିଁ। ଫଳରେ ଏହାକୁ ପିଇଲେ ବୟସର ଛାପ ଜଣାପଡ଼ି ନ ଥାଏ।