Posted inପୁରୀ

ଶୋଚନୀୟ ଅବସ୍ଥାରେ କଣାସ ବାତ୍ୟା ଆଶ୍ରୟସ୍ଥଳୀ

କଣାସ,୩୧ା୩(ସ୍ଵ.ପ୍ର.)- ମହାମାରୀ କରୋନା ସଂକ୍ରମଣ ଦେଶରେ ଅହେତୁକ ଭାବେ କାୟା ବିସ୍ତାର କରିବାରେ ଲାଗିଛି। ପରେ ଲକଡାଉନ ଘୋଷଣା ଯୋଗୁ ଅଧିକାଂଶ ଲୋକ ନିଜ ଘର ଅଭିମୁଖେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକ ଏବଂ ଗରିବମାନଙ୍କ ରହିବା ପାଇଁ ପ୍ରତି ପଞ୍ଚାୟତର ସ୍କୁଲ, କଲେଜ ଓ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କଣାସ ବ୍ଲକରେ ଥିବା ଆଶ୍ରୟସ୍ଥଳର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଖବର ଅନୁଯାୟୀ, ଏହି ବ୍ଲକରେ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୦୨ରେ ଏକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ନିର୍ମାଣକୁ ଦୀର୍ଘ ୧୮ବର୍ଷ ବିତିଯାଇଥିଲେ ମଧ୍ୟ କବାଟ, ଝରକା ଭଗ୍ନ ଅବସ୍ଥାରେ ରହିଛି। କିନ୍ତୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନାହାନ୍ତି। ଯାହାଦ୍ୱାରାକି କବାଟ, ଝରକା ଉଇ ଓ ପାଣିଖାଇ ନଷ୍ଟ ହୋଇଥିବାବେଳେ କାନ୍ଥଗୁଡ଼ିକରୁ ପ୍ଲାଷ୍ଟର ଛାଡି ଲୁହାରଡ୍‌ଗୁଡିକ ଦୀର୍ଘ ଦିନ ହେଲା ପାଣିଖାଇ ଜଙ୍କ୍‌ ଧରିି ନଷ୍ଟ ହୋଇଗଲାଣି। କେତେବେଳେ ଯେ ବାତ୍ୟା ଆଶ୍ରୟସ୍ଥଳୀ କୋଠାଟି ଭୁଶୁଡି ପଡିବ କହି ହେବ ନାହିଁ। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ କୁମାର ପଣ୍ଡା କୁହନ୍ତି, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ମରାମତି ପାଇଁ ଟଙ୍କାଟିଏ ଆସିନାହିଁ। ଏ ବିଷୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ଟଙ୍କା ଆସିଲେ ମରାମତି କାର୍ଯ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଗୋପାଳ ଗସ୍ତରେ ଜିଲାପାଳ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର…

ସାକ୍ଷୀଗୋପାଳ,୨୯।୮(କିଶୋର ମହାପାତ୍ର/ ପ୍ରଶାନ୍ତ ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ରୁପରେଖ ନେଇ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ଏବଂ...

ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି)-ପୁରୀ ସମୁଦ୍ରରେ ଏକ ଅଜଣା କଣ୍ଟେନର ଦେଖିବାକୁ ମିଳିଛି। ପେଣ୍ଠକଟା ମେରାଇନ୍‌ ଥାନା ଅନ୍ତର୍ଗତ ଗଙ୍ଗାଦେବୀ ମନ୍ଦିର ପାଖ ବେଳାଭୂମିଠାରୁ ପ୍ରାୟ ୨୦୦...

ଆକ୍ସନ ମୋଡ୍‌ରେ ସରକାର, ଶ୍ରୀମନ୍ଦିର କାର୍ଯ୍ୟାଳୟର ୩୨ କର୍ମଚାରୀ ବିଦା

ପୁରୀ,୩୧।୮: ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟରତ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ବିଦା କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ଖବର...

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାର ଚଟାଣ ତଳେ…

ଭୁବନେଶ୍ୱର,୩୧।୮: ରତ୍ନଭଣ୍ଡାର ସର୍ଭେ ନେଇ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଏଏସଆଇ ତାର ପ୍ରାଥମିକ ଅନୁସନ୍ଧାନ କରି...

ପିପିଲି ପରେ ଡେଲାଙ୍ଗ, ନିମାପଡ଼ାକୁ ବ୍ୟାପିଲା ବାର୍ଡ ଫ୍ଲୁ

ପୁରୀ,୩୧।୮: ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ହେବା ପରେ ବର୍ତ୍ତମାନ ଏହା ଡେଲାଙ୍ଗ ଓ ନିମାପଡ଼ାକୁ ବ୍ୟାପିଲାଣି। ଡେଲାଙ୍ଗ, ନିମାପଡ଼ାରୁ ସଂଗ୍ରହ ନମୁନାରେ...

ଭକ୍ତମାନଙ୍କ ସହଜ ଦର୍ଶନ ପାଇଁ ଗ୍ରହଣ କରାଯିବ ନୂଆ ବ୍ୟବସ୍ଥା: ବୃଦ୍ଧବୃଦ୍ଧା, ମହିଳାଙ୍କ ପାଇଁ ଅଲଗା ଧାଡ଼ି

ପୁରୀ,୩୦।୮: ଶୁକ୍ରବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭକ୍ତମାନଙ୍କ ସହଜ ଦର୍ଶନଠାରୁ...

ବଡଦାଣ୍ଡରେ ବଡ଼ ଅଘଟଣ: ଭକ୍ତଙ୍କ ଉପରକୁ ଚଢିଗଲା କାର୍‌

ପୁରୀ,୨୯।୮: ପୁରୀ ବଡଦାଣ୍ଡରେ ଘଟିଛି ବଡ଼ ଅଘଟଣ। ରାସ୍ତା ଉପରେ ବସିଥିବା ଭକ୍ତଙ୍କ ଉପରକୁ ଚଡିଯାଇଛି ଏକ କାର୍‌। ମାଉସୀ ମା’ ମନ୍ଦିର ନିକଟରେ ଏହି...

ଆଉଟସୋର୍ସିଂ ଜରିଆରେ ଶ୍ରୀମନ୍ଦିରର ନିଯୁକ୍ତ ହେବେ ସେନା ଅଧିକାରୀ; କଡାକଡି ହେବ ସୁରକ୍ଷା ବ୍ୟବସ୍ଥା

ପୁରୀ,୨୮।୮: ଶ୍ରୀ ମନ୍ଦିରରେ ଥିବା ଆନନ୍ଦ ବଜାରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରିବାକୁ ପୂର୍ବତନ ସେନା କର୍ମଚାରୀମାନେ ମୁତୟନ ହେବେ ବୋଲି ମନ୍ଦିର ପ୍ରଶାସକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri