Categories: ଜାତୀୟ

ଶୋପିଆନରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ମୃତ

ଶୋପିଆନ,୧୧।୬: ଜମ୍ମୁ-କଶ୍ମୀର ଶୋପିଆନ ଜିଲାର ଅଓ୍ବନିରା ଅଞ୍ଚଳରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଉଦ୍ୟମରେ ଏହି ଏନ୍‌କାଉଣ୍ଟର କରାଯାଇଛି। ମୃତ ଆତଙ୍କବାଦୀଙ୍କ ଶରୀରକୁ ଜବତ କରାଯାଇଥିବା ବେଳେ ଏହାକୁ ସେମାନଙ୍କ ପରିବାର ଲୋକଙ୍କୁ ଦିଆଯିବ ବୋଲି ଆଇଜି ଏସ୍‌. ପି. ପାଣି ସୂଚନା ଦେଇଛନ୍ତି।

Share