Categories: ଜାତୀୟ

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୩।୬: ଦକ୍ଷିଣ କଶ୍ମୀରର ଶୋପିଆନ୍‌ରେ ଅପରେଶନ୍‌ ଅଲଆଉଟ୍‌ ଅନ୍ତର୍ଗତ ମିଳିତ ସୁରକ୍ଷାକର୍ମୀଙ୍କୁ ସୋମବାର ବଡ଼ ସଫଳତା ମିଳିଛି। ଏଠାରେ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ମୌଲା-ଚିତ୍ରାଗ୍ରାମ୍‌ରେ କିଛି ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିବା ସହିତ ସେନାର ୪୪ ଆର୍‌ଆର୍‌ ଯବାନଙ୍କ ଏକ ଗାଡ଼ିକୁ ଗୁଳିମାଡ଼ କରିଥିଲେ। ଏହାର ଜବାବ୍‌ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ସାମୟିକ ଭାବେ ବନ୍ଦ କରାଯାଇଛି।

Share