Categories: ଜାତୀୟ

ଶୋଭାଯାତ୍ରା ବେଳେ ବାଣ ବିସ୍ଫୋରଣ

ଚଣ୍ଡିଗଡ଼,୯ା୨; ପଞ୍ଜାବର ତରନ୍‌ ତାରନ୍‌ ଜିଲା ଅନ୍ତର୍ଗତ ପହଓ୍ବିନ୍ଦ୍‌ ଗ୍ରାମରେ ଶନିବାର ଅନୁଷ୍ଠିତ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ବାଣ ବିସ୍ଫୋରଣ ହୋଇ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୯ ବ୍ୟକ୍ତି ଆହତ ହୋଇଛନ୍ତି। ନଗର ସଂକୀର୍ତ୍ତନ ବେଳେ ବାଣ ଫୁଟାଯିବାରୁ ଟ୍ରାକ୍ଟର ଟ୍ରଲିରେ ଥିବା ସବୁ ବାଣରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା। ପ୍ରାଣ ହରାଇଥିବା ଦୁଇ ଯୁବକ ମନପ୍ରୀତ୍‌ ସିଂ(୧୭) ଓ ଗୁର୍‌ପ୍ରୀତ୍‌ ସିଂ(୧୨) ବୋଲି ଏସ୍‌ଏସ୍‌ପି ଧ୍ରୁବ ଦହ୍ୟା ପ୍ରକାଶ କରିଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏହି ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ଲାଗି ଘୋଷଣା କରିଛନ୍ତି।

Share