ଶୋଭାରାମପୁର ବ୍ରିଜ୍‌ ଗାର୍ଡ଼ର ଭାଙ୍ଗିବା ଘଟଣା: ସୋମବାର ଚାଲିଲା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ବାଲେଶ୍ୱର ଶୋଭାରାମପୁରଠାରେ ରେଳ ଟ୍ରାକ୍‌ ଉପରେ ବ୍ରିଜ୍‌ ଗାର୍ଡ଼ର ଭାଙ୍ଗିବାରୁ ରବିବାର ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଧିକାଂଶ ଟ୍ରେନ୍‌ ବାତିଲ୍‌ ଓ ବିଳମ୍ବ ହେତୁ ବିଭିନ୍ନ ଷ୍ଟେଶନରେ ଯାତ୍ରୀ ଭିଡ଼ ଜମିଥିଲା। ସୋମବାର ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସର ସଂଲଗ୍ନ ଟ୍ରେନ୍‌ ବିଳମ୍ବରେ ଆସିବାରୁ ପୁରୀ ଓ ସାନ୍ତ୍ରାଗଛି (ହାଓଡ଼ା) ମଧ୍ୟରେ ଏକ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିଛି। ପୁରୀଠାରୁ ଏହି ଟ୍ରେନ୍‌ଟି ମଧ୍ୟାହ୍ନ ୧୨ଟା ୩୦ରେ ବାହାରି ରାତି ୧୦ଟାରେ ସାନ୍ତ୍ରାଗଛିରେ ପହଞ୍ଚତ୍ଥିଲା। ସେହିପରି ସାନ୍ତ୍ରାଗଛିଠାରୁ ରାତି ୧୧ଟାରେ ବାହାରି ପୁରୀରେ ମଙ୍ଗଳବାର ସକାଳେ ପହଞ୍ଚତ୍ବ। ଯାତ୍ରୀ ଭିଡ଼କୁ ଲକ୍ଷ୍ୟ କରି ସମୟସୂଚୀ ପରିବର୍ତ୍ତନ କରାଯାଇ ହାଓଡ଼ାରୁ ୩ଟି ଟ୍ରେନ୍‌ ଚଳାଚଳ କରାଯାଇଥିଲା। ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ ସୋମବାର ସକାଳ ୬ଟାରେ ଛାଡ଼ିଥିବାବେଳେ ହାଓଡ଼ା-ଚେନ୍ନାଇ ମେଲ୍‌ ମଧ୍ୟାହ୍ନ ୧୨ଟା ୧୫ ଓ ହାଓଡ଼ା-ସିକନ୍ଦରାବାଦ ଫଲକ୍‌ନମା ଏକ୍ସପ୍ରେସ ଅପରାହ୍ନ ୧ଟା ୧୫ରେ ଛାଡ଼ିଥିଲା।

Share