ଶୌଚାଳୟରୁ ମିଳିଲା ନିଖୋଜ ଥିବା କରୋନା ସଂକ୍ରମିତଙ୍କ ମୃତଦେହ

ମୁମ୍ବାଇ,୧୧।୬: କରୋନା ସଂକ୍ରମଣକୁ ନେଇ ମହାରାଷ୍ଟ୍ରର ସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ଗତ ପ୍ରାୟ ଏକ ସପ୍ତାହ ହେବ ଜଣେ କରୋନା ସଂକ୍ରମିତ ୮୨ ବର୍ଷୀୟା ମହିଳା ହସ୍ପିଟାଲରୁ ନିଖୋଜ ହୋଇଯିବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା। ଏବେ ଉକ୍ତ ମହିଳାଙ୍କ ମୃତଦେହ ଜଲଗାଁ ସିଭିଲ ହସ୍ପିଟାଲର ଶୌଚାଳୟରୁ ମିଳିଥିବା ପୋଲିସ ସୂଚନା ଦେଇଛି। ଏହି ମାମଲା ଯାଞ୍ଚର ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ୩ ହଜାର ପାର କରି ସାରିଲାଣି।

Share