Categories: ଜାତୀୟ

ଶୌଚାଳୟରେ ତିଆରି ହେଉଥିବା ଖାଦ୍ୟ ଖାଉଛନ୍ତି କୋମଳମତି ଶିଶୁ

ଭୋପାଳ,୨୩।୭: ମଧ୍ୟ ପ୍ରଦେଶର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠ ପଢୁଥିବା କୋମଳ ମତି ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ଯେମିତି କାହାର ନଜର ନାହିଁ। କାରଣ ଶୌଚାଳୟରେ ଖାଦ୍ୟ ପ୍ରସ୍ତୁତ କରି ଏମାନଙ୍କୁ ଖାଇବାକୁ ଦିଆଯାଉଛି। ଶିବପୁରୀ ଜିଲା କରୈରା ବିକାଶଖଣ୍ଡର ଶିଲାନଗର ପୋଖରରେ ଥିବା ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଏଠାରେ ଥିବା ଶୌଚାଳୟକୁ ଏମାନେ ଦୁଇ ପ୍ରକାରରେ ବ୍ୟବହାର କରୁଛନ୍ତି। ତେବେ ଏଠାକାର କର୍ମଚାରୀ ରାଜକୁମାରୀ ଯୋଗୀ କୁହନ୍ତି ଶୌଚାଳୟର ଅଧା ଅଂଶରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। କାରଣ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଏଠାରେ ଅନ୍ୟ ବ୍ୟବସ୍ଥା କିଛି ନାହିଁ। ଏ ନେଇ ବହୁବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଯେମିତି ଏଥିପ୍ରତି କାହାର ନିଘା ନ ଥିବା ସେ କହିଛନ୍ତି।

Share