Advertisement
Categories: ନୟାଗଡ଼

ଶ୍ମଶାନ ଜମିରେ ଶବଦାହ ପିଣ୍ଡି ଭଙ୍ଗାକୁ ନେଇ ସୁନାଖଳାରେ ଉତ୍ତେଜନା: ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ରଣପୁର,୫।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ରମ୍ଭାପଲ୍ଲୀ ଗ୍ରାମ ଠାରେ ଥିବା ଏକ ଶ୍ମଶାନ ଜମିକୁ ଜଣେ ବ୍ୟକ୍ତି ବହୁଦିନ ହେଲା ଜବରଦଖଲ କରିଛନ୍ତି। ଏଥିସହ ସେଠାରେ ଥିବା ଶବଦାହ ପିଣ୍ଡିକୁ ମଙ୍ଗଳବାର ଭାଙ୍ଗି ଦେଇଛନ୍ତି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ରାତ୍ର ସାଢେ ୧୦ଟାରୁ ଗ୍ରାମବାସୀ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ.ଜାତୀୟ ରାଜପଥ ଉପରେ ଟାୟାର ଜାଳି ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଛି।
ପ୍ରକାଶ ଯେ, ରମ୍ଭାପଲ୍ଲୀ ଗ୍ରାମର ଜଣେ ଜମି ବେପାରୀ ଗ୍ରାମରେ ଥିବା ଶ୍ମଶାନକୁ ବହୁଦିନ ଧରି ଅକ୍ତିଆର କରି ରଖିଥିଲେ। ଏହାକୁ ଗ୍ରାମବାସୀ ବିରୋଧ କରି ସ୍ଥାନୀୟ ଫାଣ୍ଡି ଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନଥିଲା। ମଙ୍ଗଳବାର ସମ୍ପୃକ୍ତ ଜମି ବେପାରୀ ଶ୍ମଶାନରେ ଥିବା ଶବଦାହ ପିଣ୍ଡିର କାନ୍ଥ ଗୁଡିକ ଭାଙ୍ଗି ଦେଇଥିଲେ। ଏ ନେଇ ଗ୍ରାମବାସୀ ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରି ନଥିଲା ବରଂ ଗ୍ରାମବାସୀଙ୍କୁ ଧମକ ଚମକ ଦେଇଥିଲା। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel