ଶ୍ମଶାନ ମାଟି ତଳୁୁ ଶବ ଗାଏବ

ଭଣ୍ଡାରିପୋଖରୀ,୧୧।୪ (ରାଜେନ୍ଦ୍ର ଶତପଥୀ): ଶ୍ମଶାନରୁ ଶବ ଗାଏବ। ଗଁା ଶ୍ମଶାନରେ ମା’ଙ୍କ ମୃତଦେହ ପୋତାଯାଇଥିଲା। ଦଶାହ କର୍ମ ପାଇଁ ପୁଅ ଗଲାବେଳକୁ ଶ୍ମଶାନରେ ମୃତଦେହ ନାହିଁ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ ନଦୀପଠାରେ ଥିବା ଶ୍ମଶାନରେ ଗୁରୁବାର ସକାଳେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୃତା ମହିଳା ହେଲେ ମଣିନାଥପୁର ଗ୍ରାମର ରୁକି୍ମଣୀ ସାମଲ। ଗତ ୧ ତାରିଖରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ନଦୀପଠାରେ ଥିବା ଶ୍ମଶାନରେ ତାଙ୍କ ମୃତଦେହ ପୋତାଯାଇଥିଲା। ଦଶାହ କର୍ମ ପାଇଁ ମୁଖାଗ୍ନି ଦେଇଥିବା ତାଙ୍କ ପୁଅ ତପନ ସାମଲ ସକାଳେ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ଗାତ ଖୋଳାଯାଇ ଶବ ଗାଏବ ହୋଇଥିବା ସେ ଦେଖିବାକୁ ପାଇଥିଲେ। ସେଠାରେ ପାଣି ଓ ମଦ ବୋତଲ ପଡ଼ିଥିଲା। ପ୍ରାୟ ୨ଶହ ମିଟର ଘୋଷରା ଯାଇଥିବା ସ୍ଥାନରେ ପଚି ଯାଇଥିବା ମାଂସ ଓ ଅନ୍ତଃବସ୍ତ୍ର ପଡ଼ିଥିବା ସେ ଦେଖିଥିଲେ। ମୃତା ରୁକ୍ମିଣୀଙ୍କ ସ୍ବାମୀ ଶ୍ରୀମନ୍ତ ସାମଲ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ବୁଧବାର ରାତିରେ ମୃତଦେହ ଚୋରି ହୋଇଥିବା ନେଇ ଦର୍ଶାଯାଇଛି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି। ପ୍ରକାଶଥାଉ କି, ୨୦୨୩ ଜୁନ୍‌ ୨୩ ରାତିରେ ଏହି ଶ୍ମଶାନରୁ ଏକକାଳୀନ ୩ ମୃତଦେହ ଗାଏବ ହୋଇଯାଇଥିବା ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ୨୦୨୩ ଏପ୍ରିଲ ୨୪ରେ ମୃତକ ଗ୍ରାମର ଶ୍ରୀକାନ୍ତ ବେହେରା, ୩ରେ ମୃତକ ଅକ୍ଷୟ ବେହେରା ଓ ଅନନ୍ତ ନାଥଙ୍କ ଶବ ନ ଥିବା ଚିହ୍ନଟ ହୋଇଥିଲା। ଖୋଳାଯାଇଥିବା ୩ଟି ଗାତ ନିକଟରୁ ସଂସ୍କାର ସମୟରେ ମୃତଦେହର ପିନ୍ଧାବସ୍ତ୍ର ପଡ଼ିଥିଲା। ଏଥିପୂର୍ବରୁ ୨୦୧୬ରେ ମୃତଦେହ ଚୋରି ହୋଇଥିବା ସମ୍ପର୍କରେ ଗ୍ରାମବାସୀ ପ୍ରଥମେ ଅବଗତ ହୋଇଥିଲେ। ନଦୀର ବାଲି ଖାଲରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଜଣେ ଶିଶୁର ମୃତଦେହ ପୋତାଯିବାର ଦୁଇମାସ ପରେ ଖୋଳି ନିଆଯାଇଥିଲା। ଏହା ଗୁଣିଗାରେଡ଼ି କିମ୍ବା ବିଜ୍ଞାନ ପରୀକ୍ଷାଗାର କିମ୍ବା ଡାକ୍ତରୀ ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଚୋରି କରାଯାଇଥାଇପାରେ ବୋଲି ଗ୍ରାମବାସୀ ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri