ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା ସେବା ଶୁଳ୍କ ଆଦାୟ ପାଇଁ ଅଡି ବସିଲା ପାକିସ୍ତାନ

ଇସଲାମାବାଦ,୨୦।୧୦: ଶିଖଧର୍ମକ୍ଷେତ୍ର କର୍ତ୍ତାରପୁର ସାହିବକୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ପାକିସ୍ତାନ ୧୪୦୦ଟଙ୍କା ସେବା ଶୁଳ୍କ ଆଦାୟ କରିବ ବୋଲି ଜଣାପଡିଛି। ଭକ୍ତଙ୍କ ହିତରେ ଭାରତ ଏହି ପ୍ରସ୍ତାବ ପ୍ରତି ଅନାଗ୍ରହ ପ୍ରକାଶ କରିଛି। ରବିବାର ଅନଲାଇନ ରେଜିଷ୍ଟ୍ରେଶନ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ରଦ୍ଦ କରିଦିଆଯାଇଛି। ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେରା ବାବା ନାନକସ୍ଥିତ ଦରବାର ସାହିବ ଗୁରୁଦ୍ବାରକୁ ପାକିସ୍ତାନର କରତାରପୁର ସାହିବକୁ ସଂଯୋଗ କରୁଥିବା ୪.୫ କିମି ଦୂରତା ବିଶିଷ୍ଟ କରତାରପୁର କରିଡରକୁ ଉଦଘାଟନ କରିବେ।

Share