ଶ୍ରଦ୍ଧାଳୁଙ୍କ ଟାର୍ଗେଟ୍‌ରେ ଲୁଟେରା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ)- ମା’ ଜଗଜ୍ଜନନୀଙ୍କୁ ଦର୍ଶନ କରିବା ପାଇଁ ସବୁଠି ଭକ୍ତଙ୍କ ଭିଡ଼ ଲାଗିଛି। ଆଉ ସେପଟେ ଶ୍ରଦ୍ଧାଳୁଙ୍କ ଟାର୍ଗେଟ୍‌ କରୁଛନ୍ତି ଲୁଟେରା। ସମସ୍ତ ପୂଜା ମଣ୍ଡପରେ ମାଳ ମାଳ ସିସିଟିଭି ଲାଗିବା ସତ୍ତ୍ୱେ ଲୁଟେରାଙ୍କ ରାଜ୍‌ ଚାଲିଛି। ରାଜଧାନୀର ନୟାପଲ୍ଲୀ ପୂଜାମଣ୍ଡପରେ ୩ ମହିଳାଙ୍କଠାରୁ ଲୁଟ୍‌ ହୋଇଥିବାବେଳେ ଷ୍ଟେଶନବଜାର ମଣ୍ଡପରେ ଜଣଙ୍କ ମୋବାଇଲ ଫୋନ ଓ ଜଣଙ୍କ ସୁନାଚେନ୍‌ ଲୁଟ୍‌ ହୋଇଛି। ସେହିପରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୩ ଜଣ ଲୁଟ୍‌ର ଶିକାର ହୋଇଛନ୍ତି। ମଞ୍ଚେଶ୍ୱର ଥାନା ଅଧୀନରେ ୨ ଜଣ ଯୁବକଙ୍କ ପର୍ସ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ପୂଜାମଣ୍ଡପରେ ଲୁଟ୍‌ପାଟ କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଉଠାଇ ନେଇ ପଚରାଉଚରା କରୁଛି।

Share