Categories: ଜାତୀୟ

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଖୋଲିଲା ମା’ବୈଷ୍ଣୋଦେବୀଙ୍କ ପୁରୁଣା ଗୁମ୍ଫା

କଟରା,୨୩।୯: ଜମ୍ମୁରେ ଥିବା ମା’ ବୈଷ୍ଣୋଦେବୀ ଭକ୍ତଙ୍କ ପାଇଁ ଏକ ଖୁସି ଖବର। ନବରାତ୍ର ଅବସରରେ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏବେ ପୁରୁଣା ଗୁମ୍ପାର ସ୍ବର୍ଣ୍ଣିମ ଦର୍ଶନ କରିପାରିବେ। ମା’ବୈଷ୍ଣୋଦେବୀଙ୍କ ଶ୍ରାଇନ ବୋର୍ଡ ଦ୍ୱାରା ମା’ଙ୍କ ପ୍ରାଚୀନ ଗୁମ୍ଫାର ପ୍ରବେଶ ଦ୍ୱାରକୁ ସୁନାରେ ତିଆରି କରାଯାଇଛି। ୨୯ ସେପ୍ଟେମ୍ବର ପୂର୍ବରୁ ନବରାତ୍ରରେ ଏହି ଦ୍ୱାରର ଦର୍ଶନ କରିପାରିବେ ଭକ୍ତ। ଦ୍ୱାର ତିଆରି ପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାକୁ ୬୫ ଦିନରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଏହି ସ୍ବର୍ଣ୍ଣ ଦ୍ୱାର ୧୬ ଫୁଟ ଚଉଡ଼ା ଓ ୨୫ ଫୁଟ ଉଚ୍ଚତା ରହିଛି। ଏଥିରେ ହଜାରେ କି.ଗ୍ରା. ରୁପା, ହଜାରେ କି.ଗ୍ରା. ତମ୍ବା ଓ ୧୦ କି.ଗ୍ରା.ସୁନା ବ୍ୟବହାର କରାଯାଇଛି। କେବଳ ସେତିକି ନୁହେଁ, ଏହାର ମୁଖ୍ୟ ଦ୍ୱାରରେ ୨୫ କି.ଗ୍ରା.ର ସୁନା ଓ ରୁପାର ଘଣ୍ଟି ଲାଗିଛି। ଅନ୍ୟାନ୍ୟ ଖର୍ଚ୍ଚ ଭକ୍ତମାନେ ଦାନ କରିବା ଅର୍ଥରୁ ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି।

Share