ଡେରାଡୁନ,୧।୬: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଥିବା ହେମକୁଣ୍ଡ ସାହିବ ଗୁରୁଦ୍ୱାରକୁ ଶନିବାର ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯାଇଛି। ଦୀର୍ଘ ୬ ମାସ ହେବ ଶୀତ ପାଇଁ ଏହାକୁ ବନ୍ଦ କରି ଦିଆଯାଇଥିବା ବେଳେ ଏବେ ଏହାକୁ ଦର୍ଶନ ଲାଗି ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୮ ହଜାର ଶ୍ରଦ୍ଧାଳୁ ଏଠାରେ ପହଞ୍ଚିବେ ବୋଲି ଅନୁମାନ କରାଯାଇଛି।