ଶ୍ରମିକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ମହିଳା ଗୋଷ୍ଠୀ

ବନ୍ତ, ୧ା୪(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ପଶ୍ଚିମବଙ୍ଗ ରାଜ୍ୟ ତଥା ଅନ୍ୟ ଜିଲାରୁ ଆସି କାମ କରୁଥିବା କେତେକ ଶ୍ରମିକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି ା କରୋନା ଲକ୍‌ଡାଉନ୍‌ ପାଇଁ ଉକ୍ତ ପଞ୍ଚାୟତରେ ରହୁଥିବା ପ୍ରାୟ ୫୦ଜଣ ଶ୍ରମିକ ଭୋକ ଉପାସରେ କାଳାତିପାତ କରୁଥିଲେ ା ବ୍ଲକ ମିଶନ ଶକ୍ତି ଆନୁକୂଲ୍ୟରେ ନିଳୋକସ୍ଥିତ ମା’ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ୫୦ଜଣ ଶ୍ରମିକଙ୍କୁ ଖାଦ୍ୟ ପରସିଥିବାର ଦେଖାଯାଇଥିଲା। ସରପଞ୍ଚ ଅଶୋକ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ ପରିସରରେ ସମସ୍ତ ଶ୍ରମିକଙ୍କୁ ଖାଇବାର ବ୍ୟବସ୍ଥା କରାଯାଇଥିଲା ା