ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: ଦାବିପତ୍ର ପ୍ରଦାନ

କେନ୍ଦୁଝର,୪।୬( ସ୍ବ.ପ୍ର.):ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ଖଣିରେ ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୧ ଜାନୁୟାରୀ ୨୦୧୬ ମସିହାରୁ ଶ୍ରମିକଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ, ବେଆଇନ ସଭ୍ୟ ଚାନ୍ଦା ଓ ସ୍ବତନ୍ତ୍ର ଚାନ୍ଦା ଆଦାୟ ବନ୍ଦ, ଶ୍ରମିକଙ୍କୁ ପରିଚୟପତ୍ର, ନିଯୁକ୍ତିପତ୍ର ଓ ମଜୁରି ଚିଠା ପ୍ରଦାନ, ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି, ୧୪୪ ଧାରା ଲାଗୁ ସତ୍ତ୍ୱେ ବାହାର ଶ୍ରମିକଙ୍କୁ କାମରେ ନିୟୋଜିତ କରିବା ପ୍ରତିବାଦରେ ଆନ୍ଦୋଳନ କରାଯାଇଛି ବୋଲି ସଂଘ ସଭାପତି କହିଛନ୍ତି। ଏ ନେଇ ଏକ ଦାବି ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।