Categories: ଜାତୀୟ

ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ସ୍ଥାନୀୟ କାକପୋରାଠାରେ ଥିବା ଏକ ଇଟା ଭାଟିରେ ଶ୍ରମିକ କାମ କରୁଥିଲେ। ତାଙ୍କ ନାମ ସେଠୀ କୁମାର ସାଗର। ସେ ଛତିଶଗଡ଼ ବାସୋଂଲି ଅଞ୍ଚଳର ବାସିନ୍ଦା। ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାର କାରଣ ଜଣାପଡ଼ିନାହିଁ। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ଅକ୍ଟୋବର ୧୪ରେ ଶୋପିଆନ୍‌ରେ ଆତଙ୍କବାଦୀମାନେ ରାଜସ୍ଥାନର ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରିଥିଲେ।

Share