ଶ୍ରମିକଙ୍କ ଛଟେଇକୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସୁନ୍ଦରଗଡ଼,୨୩।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରସ୍ଥିତ ଡାଲ୍‌ମିଆ ସିମେଣ୍ଟରେ କେତେକ ଶ୍ରମିକଙ୍କ ଛଟେଇକୁ ନେଇ ଅଶାନ୍ତ ଦେଖାଦେଇଛି। ଏ ନେଇ ବୁଧବାର ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ମଧ୍ୟାହ୍ନରେ କାରଖାନା କର୍ତ୍ତୃପକ୍ଷଙ୍କ ସହିତ ଶ୍ରମିକ ସଂଘର ଆଲୋଚନା ଚାଲିଥିବା ଜଣାପଡ଼ିଛି।