ଶ୍ରମିକଙ୍କ ରହିବା, ଖାଇବାର ବ୍ୟବସ୍ଥା କଲା ପ୍ରଶାସନ

ଆନନ୍ଦପୁର,୨୨।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପ୍ରଶାସନ ପକ୍ଷରୁ ଭୁବନେଶ୍ୱରରୁ ଚାଲି ଚାଲି ଆସିଥିବା ୯ ଜଣ ଶ୍ରମିକଙ୍କ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଲକ୍‌ ଡାଉନ ପାଇଁ କାମ ବନ୍ଦ ଥିବାରୁ ଏହି ମହିଳା ଓ ପୁରୁଷ ଶ୍ରମିକ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳରୁ ଚାଲି ଚାଲି ମଙ୍ଗଳବାର ସକାଳେ ଆନନ୍ଦପୁରରେ ପହଞ୍ଚିିଥିଲେ। ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳକୁ ଯାଉଥିବା ଏହି ଶ୍ରମିକମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ପୌର ଅଧିକାରୀ ହିତାଂଶୁ ଶେଖର ସାମଲ, ତହସିଲଦାର ତପନ କୁମାର ନାୟକ ସେମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା କରିଥିଲେ। ଉଦ୍ଧାର ଶ୍ରମିକମାନଙ୍କୁ ଆନନ୍ଦପୁର ବି.ଏନ ହାଇସ୍କୁଲ ଆଶ୍ରୟସ୍ଥଳରେ ରଖାଯାଇଛି। ସେମାନଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବା ସହିତ ସମସ୍ତ ବ୍ୟବସ୍ଥା କରିବା ପାଇଁ ପୌରଅଧିକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share