Categories: ଜାତୀୟ

ଶ୍ରମିକଙ୍କ ସହିତ ଖୋଲା ଟ୍ରକ୍‌ରେ ମୃତଦେହ ପଠାଇଲା ଉତ୍ତରପ୍ରଦେଶ: ନିନ୍ଦା କଲେ ହେମନ୍ତ ସୋରେନ୍‌

ରାଞ୍ଚି,୧୯।୫: କିଛିିଦିନ ତଳେ ଉତ୍ତରପ୍ରଦେଶ ଔରିୟାରେ ସଡ଼କ ଦୁର୍ଘଟଣାରେ ୨୬ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣ ଝାଡ଼ଖଣ୍ଡର ଥିଲେ। ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ସେମାନଙ୍କ ମୃତଦେହକୁ ଝାଡ଼ଖଣ୍ଡକୁ ପଠାଯାଇଛି। ମୃତଦେହଗୁଡ଼ିକୁ କଳା ପ୍ଲାଷ୍ଟିକରେ ବନ୍ଧା ଯାଇଯାଇ ଏକ ଖୋଲା ଟ୍ରକ୍‌ରେ ପଠାଯାଇଛି। ସେହି ଟ୍ରକ୍‌ରେ ଜୀବିତ ଥିବା ଅନ୍ୟ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଝାଡ଼ଖଣ୍ଡ ପଠାଯାଇଛି। ଏହି ଘଟଣାକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଅମାନବୀୟ ବୋଲି କହି ନିନ୍ଦା କରିଛନ୍ତି। ଟ୍ରକ୍‌ରେ ମୃତଦେହ ସହିତ ଜୀବିତ ପ୍ରବାସୀ ଶ୍ରମିକଙ୍କ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏନେଇ ଔରିୟା ଜିଲାପାଳ ଅଭିଶେକ ସିଂ କହିଛନ୍ତି ଯେ, ଭାଇରାଲ ହୋଇଥିବା ଫଟୋର ତଦନ୍ତ ଜାରି ରହିଛି।

Share