Categories: ରାୟଗଡା

ଶ୍ରମିକଙ୍କ ସ୍ବାର୍ଥ ଦୃଷ୍ଟିରୁ ନୂତନ ଆଇନ୍‌ ଅଣାଯାଉ

ଜୟପୁର ୧।୫(ନି.ପ୍ର.): ବୁଧବାର ଜୟପୁରରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି।  ନିର୍ମାଣ ଶ୍ରମିକ ମିଳିତ ସଂଘର ପକ୍ଷରୁ ଏହି ଅବସରରେ ଏକ  ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସଂଘ କାର୍ଯ୍ୟାଳୟରୁ ବାହାିଥିବା ଏହି ଶୋଭାଯାତ୍ରାରେ ମହିଳା ଓ  ପୁରଷ  ଶ୍ରମିକମାନେ ହାତରେ  ପ୍ଲା କାର୍ଡ ଧରି  ସାମିଲ ହୋଇଥିଲେ।  ସହରର ବିଭିନ୍ନ ସଂଗଠନ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ।   ସମସ୍ତ ଶ୍ରମିକଙ୍କୁ  କାମ ଓ ଉଚିତ୍‌ ପାରିଶ୍ରମିକ, ବନ୍ଦ ହୋଇ ପଡିଥିବା କାରଖାନା ଖୋଲଲିବା,  ନିଯୁକ୍ତି ସୁଯୋଗ  ସୃଷ୍ଟି କରିବା, ସର୍ବନିମ୍ନ ମଜୁରି ୨୨ ହଜାର ଟଙ୍କା, ସମାନ କାମକୁ ସମାନ ଦରମା ଆଦି ସ୍ଲୋଗାନ ଦିଆଯାଇଥିଲା। ଶ୍ରମିକଙ୍କ ସ୍ବାର୍ଥ ଦୃଷ୍ଟିରୁ ନୂତନ ଆଇନ ଆଣିବାକୁ  ସେମାନେ ଦାବି କରିଥିଲେ। କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ ସଂଘ ସଭାପତି  ବାଲା ରାୟ, ସିଟି କୋ-ଅର୍ଡିନେଶନ କମିଟି ସଭାପତି ପ୍ରମୋଦ ମହାନ୍ତି ଉପସ୍ଥିତ ଥିଲେ।