ଶ୍ରମିକ କୋଭିଡ କିଟ୍ସ କିଣାରେ ୩୦୦ କୋଟି ଦୁର୍ନୀତି ଅଭିଯୋଗ: ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ପ୍ରଦୀପ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟ ସରକାର କୋଭିଡ ମୁକାବିଲାରେ ବ୍ୟସ୍ତ ଥିବା ବେଳେ ଏହି ସମୟରେ ବିଭିନ୍ନ ଦୁର୍ନୀତି ନେଇ ଅଭିଯୋଗ ଆସୁଛି। ଏହି କ୍ରମରେ ଶ୍ରମିକଙ୍କ ପାଇଁ କୋଭିଡ କିଟ୍ସ କିଣାରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ବଡ଼ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଶ୍ରମିକଙ୍କ ପାଇଁ କିଣାଯାଇଥିବା କିଟ୍ସରେ ୩୦୦ କୋଟିର ଦୁର୍ନୀତି ହୋଇଛି ବୋଲି ସେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ପ୍ରଦୀପ କହିଛନ୍ତି, ୨୮ ଲକ୍ଷ ୨୨ହଜାର ଶ୍ରମିକଙ୍କ ଅର୍ଥ ହରିଲୁଟ ହୋଇଛି। ଚଷମା, ଜୋତା, ଗ୍ଲୋବ୍ସ, ହେଲମେଟ୍‌, ଜ୍ୟାକେଟ୍‌ କିଣାରେ ଦୁର୍ନୀତି ହୋଇଛି। ୧୨ଟଙ୍କା ଚଷମାକୁ ୬୦ଟଙ୍କାରେ, ୧୮୫ ଟଙ୍କା ଜୋତାକୁ ୪୧୩ ଟଙ୍କାରେ, ୧୦ ଟଙ୍କା ଗ୍ଲୋବ୍ସକୁ ୯୦ଟଙ୍କାରେ, ୪୫ ଟଙ୍କା ହେଲ୍‌ମେଟ୍‌କୁ ୧୧୦ ଟଙ୍କାରେ କିଣାଯାଇଛି। ବମିଖାଲର ଏକ ସଂସ୍ଥାରୁ ୨ ଟଙ୍କାର ମାସ୍କକୁ ୮୦ ଟଙ୍କାରେ କିଣା ଯାଇଛି। ଏହି ଅବସରରେ ମାଲକାନଗିରି, କଟକ, ଅନୁଗୋଳ ଜିଲାର ତଥ୍ୟ ପ୍ରଦାନ କରିଛନ୍ତି। ଏପରିକି ଏହି ଘଟଣାରେ ୩ ଜିଲାର ଜିଲାପାଳ ଓ ଶ୍ରମମନ୍ତ୍ରୀଙ୍କୁ ତଦନ୍ତ ଘେରକୁ ଆଣିବାକୁ ସେ ଦାବି କରିଛନ୍ତି। ଏଥିସହ ସେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri