ଶ୍ରମିକ ନେତାଙ୍କୁ ଘରେ ପଶି ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୮।୭(ବ୍ୟୁରୋ): ଜଣେ ଶ୍ରମିକ ନେତାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ସୋମବାର ଅଭିଯୋଗ ହୋଇଛି। ପାରାଦୀପ ଡକ୍‌ ଆଣ୍ଡ କନଷ୍ଟ୍ରକ୍‌ସନ୍‌ ୟୁନିୟନର ସମ୍ପାଦକ ଜତିକାନ୍ତ ବେହେରାଙ୍କୁ ଆକ୍ରମଣ କରାଯାଇଛି। ଜତିକାନ୍ତଙ୍କ ଭୁବନେଶ୍ୱରସ୍ଥ କଳାରାହାଙ୍ଗ ଘରେ ୭/୮ ଜଣ ଦୁର୍ବୃତ୍ତ ରବିବାର ବିଳମ୍ବିତ ରାତିରେ ପଶି ତାଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ତାଙ୍କ ମୁଣ୍ଡ ଫାଟିଛି। ଜତିକାନ୍ତଙ୍କ ପୁଅକୁ ମଧ୍ୟ ଦୁର୍ବୃତ୍ତମାନେ ଛୁରିରେ ଆକ୍ରମଣ କରିଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।

Share