Categories: ବାଣିଜ୍ୟ

ଶ୍ରମ ଆଇନ ଉଚ୍ଛେଦକୁ ନେଇ ଆଇଏଲ୍‌ଓର ଚିନ୍ତା ପ୍ରକଟ

ନୂଆଦିଲ୍ଲୀ,୨୬।୫:ଭାରତରେ ବିଭିନ୍ନ ରାଜ୍ୟ ପକ୍ଷରୁ ଶ୍ରମ ଆଇନରେ ସଂଶୋଧନ ତଥା ଉଚ୍ଛେଦକୁ ନେଇ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ(ଆଇଏଲ୍‌ଓ) ଚିନ୍ତା ପ୍ରକଟ କରିଛି। ଶ୍ରମିକଙ୍କ ସ୍ବାର୍ଥ ରକ୍ଷା ଲାଗି ଅନ୍ତର୍ଜାତୀୟ ନିୟମ ତଥା ଚୁକ୍ତିକୁ ସରକାର ମାନିବା ଉଚିତ ବୋଲି ଆଇଏଲ୍‌ଓ ଗୁରୁତ୍ୱାରୋପ କରିଛି। ଏଭଳି ଦିଗକୁ ଭଲ ଭାବେ ବିଚାରକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ତଥା କେନ୍ଦ୍ରକୁ ଏକ ସ୍ବଚ୍ଛ ସଙ୍କେତ ଦିଅନ୍ତୁ ବୋଲି ଏହା ନିବେଦନ କରିଛି। ଶ୍ରମ ଆଇନର ହେଉଥିବା ବିଭିନ୍ନ ସଂଶୋଧନକୁ ନେଇ ଆଶଙ୍କା ପ୍ରକଟ କରିବା ସହ ଦେଶର ବିଭିନ୍ନ ଟ୍ରେଡ୍‌ ୟୁନିୟନ ଏହି ଅନ୍ତର୍ଜାତୀୟ ଏଜେନ୍ସିକୁ ଚିଠି ଲେଖିଥିଲେ।

Share