ନୂଆଦିଲ୍ଲୀ,୧୨।୬: ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ଆଉ ୨୫ଜଣ ଅଧିକାରୀ ଶୁକ୍ରବାର କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ମନ୍ତ୍ରଣାଳୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ପାରିବାରିକ ସଦସ୍ୟଙ୍କଠାରୁ ଉକ୍ତ ଅଧିକାରୀ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ତେବେ ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟର ସମସ୍ତ ଅଧିକାରୀଙ୍କ କରୋନା ଯାଞ୍ଚ କରାଯାଉଛି। ଏତଦ୍ ବ୍ୟତୀତ ଶ୍ରମଶକ୍ତି ଭବନକୁ ସାନିଟାଇଜ୍ କରିବା ଲାଗି ୨ ଦିନ ଏହାକୁ ବନ୍ଦ ରଖାଯାଇଛି। ଏଥିସହ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଘରେ ପୃଥକ୍ ରଖାଯିବାକୁ ନେଇ ବିଚାର କରାଯାଉଥିବା ଥିବା ସୂଚନା ରହିଛି। ଏହା ପୂର୍ବରୁ ଉକ୍ତ ମନ୍ତ୍ରଣାଳୟର ୧୧ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।