ଶ୍ରାଦ୍ଧବାର୍ଷିକୀରେ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼ ଅଫିସ,୧।୧୨: ବରଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ଯଦୁମଣୀ ପ୍ରଧାନଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ରବିବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ବରଗଡ଼ ଏସ୍‌ପି ଅଫିସ ସମ୍ମୁଖ ଯଦୁମଣୀ ପ୍ରଧାନ ଛକସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ, ଅଗ୍ନି ପ୍ରଧାନ, ସୁରେଶ୍ୱର ଶତପଥୀ, ହରଦୀପ ସିଂ, କିଶୋର ମିଶ୍ର, ରବିନ ଦାଶ, ବିମଳ ଦାଶ, ଅନୁପ ଶତପଥୀ, ଯତିରଞ୍ଜନ ପୂଜାରୀ, ଆନନ୍ଦ ପ୍ରଧାନ ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟବ୍ୟକ୍ତି ଉପସ୍ଥିତ ଥିଲେ।