Categories: ଜାତୀୟ

ଶ୍ରାଦ୍ଧ ବାର୍ଷିକୀରେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ

ନୂଆଦିଲ୍ଲୀ,୨୧।୫: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ରାଜୀବ ଗାନ୍ଧୀଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁତ୍ର ରାହୁଲ ଗାନ୍ଧୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜଣେ ସଚ୍ଚୋଟ ଦେଶଭକ୍ତଙ୍କ ପୁତ୍ରଭାବେ ସେ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି ରାହୁଲ। ତାଙ୍କର ଦୂରଦୃଷ୍ଟି ଯୋଗୁ ଭାରତ ଉନ୍ନତିର ପଥରେ ଅଗ୍ରସର ହୋଇଥିଲା ବୋଲି ରାହୁଲ ଟୁଇଟ କରିଛନ୍ତି। ସୂଚନାଯୋଗ୍ୟ, ଅସମୟରେ ୧୯୮୪ରେ ରାଜୀବଙ୍କ ମାଆ ତଥା ଭାରତର ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜୀବଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବାକୁ ପଡିଥିଲା। ମାତ୍ର ୪୦ ବର୍ଷ ବୟସରେ ସେ ଭାରତର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ତେବେ ଅଗଷ୍ଟ ୨୦, ୧୯୪୪ରେ ଜନ୍ମ ନେଇଥିବା ରାଜୀବ ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ୧୯୯୧ ମସିହା ମେ’ ୨୧ରେ ତାମିଲନାଡୁର ଶ୍ରୀପେରୁମବୁଦୁରଠାରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଥିବା ସମୟରେ ପ୍ରାଣ ହରାଇଥିଲେ।

Share