ଶ୍ରାଦ୍ଧ ବାଷିର୍କୀରେ ପ୍ରସ୍ତୁତ ହେଲା ମୃତଦେହ ଭଳି କେକ୍‌

ବିଶ୍ୱର କେତେକ ଦେଶରେ ଲୋକଙ୍କ ରହଣି-ସହଣି ଓ ଖାଦ୍ୟ-ପାନୀୟ ମଧ୍ୟ ଭିନ୍ନ ହୋଇଥାଏ। ଜୀବନ ଜିଇଁବାଠାରୁ ଆରମ୍ଭ କରି ମରଣ ପର୍ଯ୍ୟନ୍ତ ସବୁ ଧର୍ମର ପ୍ରଥା ପରମ୍ପରା ଅଲଗା ହୋଇଥାଏ। ପରିବର୍ତ୍ତିତ ସମାଜରେ ଲୋକଙ୍କ ରହିବା ଢ଼ଙ୍ଗ ବଦଳୁଛି। ଏଥିସହ ନିଜ ଲୋକଙ୍କ ପ୍ରତି ଥିବା ପ୍ରେମ, ସ୍ନେହକୁ ଜାହିର କରିବା ପାଇଁ ଲୋକେ ନିଆରା ଅନ୍ଦାଜ ମଧ୍ୟ ଆପଣାଉଥିବା ଦେଖିବାକୁ ମିଳେ। ସୋସିଆଲ ମିଡିଆରେ ଏକ ଚକିତ କରିଦେବା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଭଳି ଦେଖାଯାଉଥିବା ଏକ କେକ୍‌ ତିଆରି କରାଯାଇଥିଲା। ମୃତକ ବ୍ୟକ୍ତିଙ୍କ ପ୍ରତି ଥିବା ପ୍ରେମ ଓ ଭାବାବେଗକୁ ଦେଖାଇବା ପାଇଁ ପରିବାରବର୍ଗ ଓ ସମ୍ପର୍କୀୟ ଉକ୍ତ ବ୍ୟକ୍ତିଙ୍କ ଭଳି ଉଚ୍ଚ ଓ ଲମ୍ବାର କେକ୍‌ ତିଆରି କରିଥିଲେ।

ପ୍ରଥମେ ଏହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ କିଛି ସମୟ ନିରିଖି ଦେଖିଲେ ଏହା କେକ୍‌ ବୋଲି ଜଣାପଡ଼ିବ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଜଣେ ମୃତବ୍ୟକ୍ତିଙ୍କୁ ଟେବୁଲରେ ରଖାଯାଇଥିବା ଭଳି ଦେଖାଯାଉଥିବା ବେଳେ କିଛି ସମୟ ପରେ କେତେକ ଛୋଟ ପିଲା ଏହାକୁ କାଟି ଖାଉଥିବାର ଦେଖିବାକୁ ମିଳିଛି।

ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟଲୋକ ମଧ୍ୟ ଉକ୍ତ କେକ୍‌କୁ କାଟି ଖାଇଥିଲେ। ଏହି ଭିଡିଓଟି ସ୍ପେନ୍‌ର କୁହାଯାଉଥିବା ବେଳେ ଏହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ବିଲିଅନରୁ ଊର୍ଦ୍ଧ୍ୱ ୟୁଜର୍ସ ଦେଖିସାରିଥିବା ବେଳେ ମିଶ୍ରଣ ପ୍ରତିକ୍ରିୟା  ପ୍ରକାଶ ପାଇଛି।

Share