ଶ୍ରାବଣରେ ବି ବର୍ଷା ନାହିଁ: ଆଗେଇ ପାରୁନି ଚାଷ

ଦେଓଗାଁ, ୨୧ା୭(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଅସ୍ବାଭାବିକ ବର୍ଷା ଯୋଗୁ ବୁଣାଧାନ ବେଉଷୁଣ ହୋଇ ପାରିନାହିଁ। ଅପରପକ୍ଷରେ ଜୁନ ଓ ଜୁଲାଇ ମାସରେ ସ୍ବଳ୍ପ ବୃଷ୍ଟିପାତ ପରେ ଚାଷୀମାନେ ପକାଇଥିବା ପହ୍ଲାଘାରୀ ମାଟି ଫାଟି ଆଁ କଲାଣି। ଫଳରେ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ସପ୍ତାହକ ମଧ୍ୟରେ ଆବଶ୍ୟକ ବର୍ଷା ନ ହେଲେ ପ୍ରାୟତଃ ଚାଷୀଙ୍କ ଧାନଚାଷ ସମ୍ପୂର୍ଣ୍ଣରୂପେ ଉଜୁଡିଯିବା ଆଶଙ୍କା ସୃଷ୍ଟି କରିଛି।
ବ୍ଲକର ଚାଷୀମାନେ ଧାନଚାଷ ପାଇଁ ଋତୁ ଆରମ୍ଭରୁ ଖେତ ପ୍ରସ୍ତୁତ କରି ଧାନବୁଣି ତିଲେ। ତଳିଘେରା ପ୍ରସ୍ତୁତ କରି ପହ୍ଲା ବି ପକାଇଥିଲେ ା ବର୍ତ୍ତମାନ ବେଉଷୁଣ ସମୟ ହୋଇଥିବା ବେଳେ ବର୍ଷା ନ ହେବାରୁ ପ୍ରାୟ ଜମିରେ ଗଜା ମରୁଡି ଦେଖାଦେଇଛି ା କେତେକ ଚାଷୀ ନିକଟସ୍ଥ ବନ୍ଧ ଅବା କୂଅରୁ ପାଣି ମଡାଇ ପହ୍ଲାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ଏଣୁ କିଛି ଦିନ ମଧ୍ୟରେ ବର୍ଷା ନ ହେଲେ ସମଗ୍ର ବ୍ଲକରେ ଶତପ୍ରତିଶତ ଗଜା ମରୁଡି ହୋଇଯିବା ନିଶ୍ଚିତ ମନେ ହେଉଛି ା ଗତବର୍ଷ ଏହି ବ୍ଲକର ଚାଷୀଙ୍କ ଧାନ ଫସଲ ପ୍ରଥମେ ପେଥାଇ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଚକଡା ପୋକ ଲାଗିଲା। ପରେ ଯାହା କିଛି ବଞ୍ଚତ୍ଥିଲା ତାହା ଅଦିନିଆ ବର୍ଷାରେ ଧୋଇ ହୋଇଗଲା।  ସ୍ଥିତି ଏପରି ଥିବାବେଳ କୃଷି ଓ ରାଜସ୍ବ ବିଭାଗର ତ୍ରୁଟିପୂର୍ଣ୍ଣ ଆକଳନ ଚାଷୀଙ୍କୁ ଦୁର୍ଗତି ମଧ୍ୟକୁ ଟାଣିନେଇଛି। ବ୍ଲକର ୭୦ପ୍ରତିଶତ ଗାଁର ଚାଷୀ ମରୁଡି ସହାୟତାରୁ ବଞ୍ଚତ୍ତ ରହିଲେ। ଯେଉଁ ଗାଁ ମରୁଡି ଘୋଷିତ ହୋଇଛି ସେମାନଙ୍କ ମଧ୍ୟରୁ ଅନେକ ଚାଷୀ ଏପର୍ଯ୍ୟନ୍ତ ସହାୟତା ରାଶି ପାଇ ପାରି ନ ଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ମରୁଡି୍‌ର ପଦଧ୍ୱନୀ ଦେଖାଯିବା ପରେ ମଧ୍ୟ ଅନେକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା କରିବାରେ ଦ୍ୱିଧା ମନେ କରୁଥିବା ଦେଖାଯାଇଛି। ଚଳିତବର୍ଷ ବ୍ଲକରେ ୧୦ହଜାର୫୫୦ ହେକ୍ଟର ଚାଷଜମିରେ ଧାନଚାଷ କରାଯିବାର ଲକ୍ଷ୍ୟ ରହିଛି। ଏଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୬୮ ହେକ୍ଟର ଚାଷ ଜମିରେ ବୁଣାବୁଣି ହୋଇଥିବା ବେଳେ ୨୪୫ ହେକ୍ଟର ଜମିରେ ତଳିଘେରା ଅର୍ଥାତ ବିହନ ପହ୍ଲା ପକାଯାଇଥିବା ବିଭାଗୀୟ ଅଧିକାରୀଙ୍କଠୁ ଜଣାପଡିଛି। ଗତବର୍ଷ ବୃଷ୍ଟିପାତ ରେକର୍ଡକୁ ଅନୁଧ୍ୟ୍ୟାନ କଲେ ଜୁନ ଓ ଜୁଲାଇ ମାସରେ ଗତବର୍ଷଠାରୁ ୫୦ପ୍ରତିଶତ ବୃଷ୍ଟିପାତ କମ୍‌ ହୋଇଥିବାରୁ ଚାଷର ଭବିଷ୍ୟତକୁ ନେଇ ଚାଷୀ ଏବେ ଘୋର ଚିନ୍ତାରେ ଦିନକାଟୁଥିବା ଦେଖାଯାଇଛି। ଏ ନେଇ ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରଦୀପ୍ତ କୁମାର ନାଏକଙ୍କୁ ପଚାରିବାରୁ ଚଳିତବର୍ଷ ବର୍ଷାଭାବରୁ ବ୍ଲକରେ ଗଜାମରୁଡି ଦେଖାଦେଲାଣି। ଚାଷ ଉପଯୋଗୀ ବର୍ଷା ନ ହେଲେ ସାରା ବ୍ଲକରେ ଗଜାମରୁଡି ହେବା ସୁନିଶ୍ଚିତ। ବିଭାଗ ପକ୍ଷରୁ ସମସ୍ତ ଅଞ୍ଚଳକୁ ଯାଇ ଅନୁଧ୍ୟ୍ୟାନ କରାଯାଉଛି। କୃଷି ଓ ରାଜସ୍ବ ବିଭାଗର ଯୁଗ୍ମ ତଦନ୍ତ ରିପୋର୍ଟ ସରକାରଙ୍କୁ ପଠାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କରିବାରୁ ପ୍ରେମିକାଙ୍କୁ ଅପହରଣ କରିନେଲେ ପ୍ରେମିକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୧୯ା୧୦ (ସୂର୍ଯ୍ୟକାନ୍ତ ବେହେରା):ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ...

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri