ଶ୍ରାବଣ ମାସର ଦ୍ୱିତୀୟ ସୋମବାର: ବୈତରଣୀରୁ ଜଳ ନେଇ ଶୈବପୀଠରେ ଲାଗିକଲେ ଭକ୍ତ

ଆନନ୍ଦପୁର,୨୯। ୭(ସ୍ବ.ପ୍ର.)- ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏହି ଉପଲକ୍ଷେ ସକାଳୁ ବିଭିନ୍ନ ଅଞ୍ଚଳରୁ ଶୈବଭକ୍ତମାନେ ଆନନ୍ଦପୁରର ପବିତ୍ର ପୁର୍ଣ୍ଣତ୍ୱୟା ବୈତରଣୀରୁ ଜଳ ନେଇ ଶୈବ ପୀଠ ଅଭିମୁଖେ ଯାତ୍ରା କରିଥିଲେ। ଯାତ୍ରା ସମୟରେ ବୋଲ୍‌ ବମ୍‌, ହର ହର ବମ୍‌, ଜଟିଆ ବାବା ପାର କରେଗା, ଲମ୍ବା ରାସ୍ତା ପାର୍‌ କରେଗା ଧ୍ୱନୀରେ ସହର ପ୍ରକମ୍ପିତ ହୋଇଥିଲା। ସ୍ଥାନୀୟ ଶୈବ ଭକ୍ତ ମାନେ ଜଳ ନେଇ ଅନ୍ୟସ୍ଥାନକୁ ଯାତ୍ରା କରୁଥିବାବେଳେ ବାହାର ଅଞ୍ଚଳର ଭକ୍ତମାନେ ବୈତରଣୀ ଜଳ ନେଇ ନିଜ ଅଞ୍ଚଳରେ ଥିବା ଶୈବପୀଠରେ ଲାଗି କରିଥିଲେ। ଏଥିପାଇଁ ସକାଳ ସମୟରୁ ଦିନ ୧୧ ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ଶୈବଭକ୍ତମାନଙ୍କୁ ଦେଖିବାକୁ ମିଳିଥିଲା। ଛୋଟ ଛୁଆଠାରୁ ଆରମ୍ଭ କରି ମହିଳା, ପୁରୁଷ, ବୟସ୍କ ଶୈବ ଭକ୍ତମାନେ କାନ୍ଧରେ କାଉଡ଼ି ଧରି ଶୈବପୀଠ ଅଭିମୁଖେ ଯାତ୍ରା କରିଥିଲେ। ଦ୍ୱିତୀୟ ସୋମବାରରେ ଆନନ୍ଦପୁରର ଉତରେଶ୍ୱର, ଝାଡେଶ୍ୱର, କୁଣ୍ଡେଶ୍ୱର, ଦେଓଗାଁର କୁଶଳେଶ୍ୱର ପ୍ରଭୃତି ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣା ବେଳେ ଚାଷୀ ବେହୋସ

ଆନନ୍ଦପୁର,୨୫ା୪(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ପୌରପରିଷଦ ୧ ନଂ ଆଉ ୨ ନଂ ଓ୍ବାର୍ଡର ଚାଷୀମାନେ ଶୁକ୍ରବାର ସକାଳ ୧୦.୩୦ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର...

ଭାଇଙ୍କୁ ମରଣାନ୍ତ୍ରକ ଆକ୍ରମଣ କରି ହତ୍ୟା ଉଦ୍ୟମ: ସାନ ଭାଇଙ୍କୁ ୫ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସିଜେଏମ ତଥା ସେସନ ଜଜ୍‌ ହିମାଂଶୁ ଶେଖର ବିଶ୍ୱାଳ ଏକ ମରଣାନ୍ତ୍ରକ ଆକ୍ରମଣ ମାମଲାର ବିଚାର କରିଛନ୍ତି। ଅଭିଯୁକ୍ତ ଅମ୍ବିକା...

ନ୍ୟାଶନାଲ ପାର୍କ ମାନ୍ୟତା ପାଇଲା ଶିମିଳିପାଳ ଜାତୀୟ ଉଦ୍ୟାନ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି। ଏହା ଆଜି ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ (ନ୍ୟାଶନାଲ)ର...

ଭିତ୍ତିଭୂମି ବିକାଶରେ ଦ୍ୱିତୀୟ ସ୍ଥାନରେ ବଡ଼ ପାଟଣା ପଞ୍ଚାୟତ

ପାଟଣା,୨୪।୪(ବୀର କିଶୋର ଦାଶ): କେନ୍ଦୁଝରରେ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ ଗୁରୁବାର କେନ୍ଦୁଝର ଅଡିଟୋରିୟମରେ ପାଳିତ ହୋଇଯାଇଛି। ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ସଫଳତା ପାଇଁ ପାଟଣା...

ଜାତୀୟ ପଞ୍ଚାୟତିରାଜ ଦିବସ: ସମ୍ବର୍ଦ୍ଧିତ ହେଲେ ଏହି ୫ ପଞ୍ଚାୟତ

ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଗୁରୁବାର ପାଟଣା ବ୍ଲକ ପରିସରରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟଙ୍କ...

ଆମ କଳିକା କେନ୍ଦ୍ର ଉଦ୍‌ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ

କେନ୍ଦୁଝର,୨୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ୍‌) କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image