ଭଦ୍ରକ ଅଫିସ,୧୨ା୮: ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଭଦ୍ରକ ଜିଲାର ଶୈବ ପୀଠଗୁଡ଼ିକରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି l ଜିଲାର ବିଭିନ୍ନ ଶୈବ ପୀଠରେ କାଉଡ଼ିଆ ତଥା ଶ୍ରଦ୍ଧାଳୁମାନେ ସକାଳୁ ଲମ୍ବା ଧାଡ଼ିରେ ଠିଆ ହୋଇ ଜଳଲାଗି କରିଛନ୍ତି। ଏଥିପାଇଁ ବିଭିନ୍ନ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି l