ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାର ପର୍ଦ୍ଦାଫାଶ: ହନୁମାନ ଟଙ୍କା ଲାଗି ହତ୍ୟାକାଣ୍ଡ, ୪ ଅଭିଯୁକ୍ତ ଗିରଫ

ବଲାଙ୍ଗୀର ଅଫିସ,୧୮।୮: ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ବରଗାଁର ଶ୍ରୀକାନ୍ତ ନନ୍ଦ ହତ୍ୟା ଘଟଣାର ପର୍ଦ୍ଧାଫାଶ କରିବାରେ ପୋଲିସ ସଫଳ ହୋଇଛି । ଏହି ହତ୍ୟା ମାମଲାରେ ପୁଇଁତଲା ଥାନା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାହାଲବୁକା ଗାଁର ସୁରେଶ ବାଗ, ବେହେରାପାଲିର ନରେଶ ନନ୍ଦ, ବଲାଙ୍ଗୀର କଂସାରୀପଡାର ମଦନ ନାଗ ଓ ଖଦାଲପଡାର ରିତେଶ ସେଠ। ହନୁମାନ ଟଙ୍କା ଲାଗି ଏହି ହତ୍ୟାକାଣ୍ଡ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଅନ୍ୟ ୫ ଅଭିଯୁକ୍ତ ଫେରାର ଥିବା କୁହାଯାଇଛି । ବଲାଙ୍ଗୀର ଏସଡିପିଓ ଶ୍ରୀମନ୍ତ ବାରିକ ଓ ପୁଇଁତଲା ଥାନାଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ରବିବାର ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।