ଶ୍ରୀକ୍ଷେତ୍ରରେ ଚାପ କାମ ଆରମ୍ଭ: କେବଳ ମହାପ୍ରଭୁଙ୍କୁ ଅପେକ୍ଷା

ପୁରୀ ଅଫିସ,୨୩ା୪: ଆସନ୍ତା ୨୬ ତାରିଖରେ ଚନ୍ଦନଯାତ୍ରା। ଏହି ଅବସରରେ ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ସହ ମିଶି ୨୧ ଦିନ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ। ଏଥିପାଇଁ ଗୁରୁବାରଠାରୁ ଚାପ କାମ ଆରମ୍ଭ ହୋଇଛି। କେବଳ ଯାହା ମହାପ୍ରଭୁଙ୍କୁ ଅପେକ୍ଷା। ତିନିରଥର ମହାରଣା ଓ ଭୋଇ ସେବକମାନେ ଚାପ ନିର୍ମାଣ କାମରେ ଲାଗିଛନ୍ତି। ପ୍ରଥମ ଦିନରେ ଦୁଇଟି ଲେଖାଏ ଡଙ୍ଗାକୁ ଯୋଡ଼ି ଦୁଇଟି ଚାପ (ନନ୍ଦା ଓ ଭଦ୍ରା) ପ୍ରସ୍ତୁତ କରାଯାଇଛି। ନନ୍ଦା ଚାପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଏବଂ ଭଦ୍ରା ଚାପରେ ରାମକୃଷ୍ଣ ଏବଂ ପଞ୍ଚମହାଦେବ ବିଜେ କରି ଚାପ ଖେଳିଥାନ୍ତି। ବୈଜୟନ୍ତୀ ଡଙ୍ଗାରେ ତେଲିଙ୍ଗି ବାଜା ବଜାଯାଏ।

Share