ଶ୍ରୀକ୍ଷେତ୍ରରେ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୩୦।୫: ରଥଖଳାରେ ତିନିରଥର ସମସ୍ତ ଚକ ଅଖ ଡେରା ସରିଛି। ବିଧି ଅନୁଯାୟୀ ଭଉଁରୀରେ ତିନିରଥର ୬ଟି ଚକ ଏବଂ ୩ଟି ଅଖ ଡେରା ହୋଇଥିଲା। ଏହାପରେ ପରମ୍ପରା ଅନୁଯାୟୀ ଶୀତଳ ଷଷ୍ଠୀ ପରଦିନ ପଞ୍ଚମହାଦେବ ରଥଖଳାରେ ପନ୍ତି ଖାଇଥିଲେ। ଏହା ପରଦିନ ଅର୍ଥାତ ଶନିବାର ତିନିରଥର ଆଉ ୩୬ ଚକ ଏବଂ ୧୮ଟି ଅଖ ଡେରା ଯାଇଛି। ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥର ଚକ ଅଖ ଡେରା ଯିବା ପରେ ଦର୍ପଦଳନ ଏବଂ ନନ୍ଦିଘୋଷ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ଭୋଇ ସେବକମାନେ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି।

Share