Categories: ଫୁରସତ

ଶ୍ରୀଗଣେଶଙ୍କୁ ନେଇ ରେକର୍ଡ

ସେ ହେଉଛନ୍ତି ଅଗ୍ରପୂଜ୍ୟ, ବିଘ୍ନହର୍ତ୍ତା। ତେଣୁ ସବୁଠି ପ୍ରଭୁ ଶ୍ରୀଗଣେଶ ପୂଜା ପାଆନ୍ତି। କେବଳ ଭାରତରେ ନୁହେଁ, ବିଦେଶ ମାଟିରେ ବି ତାଙ୍କର ହୁଏ ପୂଜା। ଶ୍ରୀଲଙ୍କା, ଥାଇଲାଣ୍ଡ, ବାଂଲାଦେଶ, ନେପାଳରେ ଅଛନ୍ତି ତାଙ୍କର ଅନେକ ଭକ୍ତ। ସେମିତି ଭକ୍ତ ହେଉଛନ୍ତି ମୁମ୍ବାଇର ରମା ଶାହ। ସେ ଶ୍ରୀଗଣେଶଙ୍କ ପୂଜା କରିବା ସହ ପାଲଟିଛନ୍ତି ପ୍ରଭୁଙ୍କ ପେଣ୍ଟିଂ ଓ ପ୍ରତିମୂର୍ତ୍ତିର ସଂଗ୍ରାହକ। ଇତିମଧ୍ୟରେ ସେ ୧୮,୧୮୧ଟି ଭିନ୍ନ ଭିନ୍ନ ପ୍ରକାରର ପ୍ରଭୁ ଶ୍ରୀଗଣେଶଙ୍କ ସମ୍ପର୍କିତ ପ୍ରତିମୂର୍ତ୍ତି ଓ ଅନ୍ୟ ସାମଗ୍ରୀ ସଂଗ୍ରହ କରିଛନ୍ତି। ୨୦୦୦ ମସିହାରୁ ସେ ଏହି ସଂଗ୍ରହ କରି ଆସୁଛନ୍ତି। ସେ ତାଙ୍କର ଉକ୍ତ ସଂଗ୍ରହକୁ ସିଓନ୍‌ ଭଗିନି ସମାଜ , ସିଓନ, ମୁମ୍ବାଇରେ ପ୍ରଦର୍ଶିତ କରିଥିଲେ। ଆଉ ଗିନିଜ୍‌ ଓ୍ବାର୍ଲଡ ରେକର୍ଡରେ ଏହାକୁ ସବୁଠାରୁ ଅଧିକ ଶ୍ରୀଗଣେଶଙ୍କ ସମ୍ପର୍କିତ ବିଭିନ୍ନ ସାମଗ୍ରୀ ସଂଗ୍ରହର ମାନ୍ୟତା ମିଳିଛି।

Share