ପୁରୀ ଅଫିସ,୨୧।୫: ଆସନ୍ତା ଜୁନ୍ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଦାରୁଦିଅଁ। ତେଣୁ ସ୍ନାନଯାତ୍ରାକୁ କିଭଳି ଭାବେ ଶୃଙ୍ଖଳିତ ଭାବେ କରାଯିବ ସେ ନେଇ ଗୁରୁବାର ୧୦ଟି ନିଯୋଗ ସହ ଆଲୋଚନା କରୁଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ଏହି ବୈଠକରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଅଧ୍ୟକ୍ଷତା କରୁଛନ୍ତି। ବିଶେଷକରି ସରକାରଙ୍କ କୋଭିଡ-୧୯ ଗାଇଡ୍ଲାଇନ୍କୁ ପାଳନ କରାଯାଇ କିଭଳି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରାଯିବ ସେ ବିଷୟରେ ଆଲୋଚନା ହେବ। ଏଥିରେ ଶ୍ରୀମନ୍ଦିରର ୧୦ଟି ନିଯୋଗର କର୍ମକର୍ତ୍ତାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଯୋଗ ଦେଇଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ