Categories: ନୟାଗଡ଼

ଶ୍ରୀଜୀଉଙ୍କ ଆଳତି ଦର୍ଶନ ପାଇଁ ଭିଡ଼

ଖଣ୍ଡପଡ଼ା,୧୧ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ସହରସ୍ଥିତ ଗୁଣ୍ଡିଚା ମନ୍ଦିରରେ ଏକକ ଜଗନ୍ନାଥ(ପତିତପାବନ) ଓ ମହିମାମେରୁ(ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା)ଙ୍କ ସନ୍ଧ୍ୟା ଆଳତି ଦର୍ଶନ ନିମନ୍ତେ ବୁଧବାର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନବମୀ ତିଥିରେ ଆଡ଼ପ ମଣ୍ଡପରେ ଶ୍ରୀ ଜୀଉମାନଙ୍କ ଶେଷ ଦର୍ଶନ କଲେ ଅଖଣ୍ଡ ସୌଭାଗ୍ୟ ଓ ପୁଣ୍ୟ ପ୍ରାପ୍ତ ହୁଏ ବେଲି ବିଶ୍ୱାସ ରହିଛି। ପୌରାଣିକ ମତାନୁସାରେ ଏହି ତିଥିରେ ଠାକୁରଙ୍କ ସନ୍ଧ୍ୟା ଆଳତି ଦର୍ଶନ ସହ ନିଜ ପରିବାର ଲୋକଙ୍କୁ ଦେଖିବା ପାଇଁ ପୂର୍ବ ପୁରୁଷମାନେ ଗୁଣ୍ଡିଚା ମନ୍ଦିରରେ ଅପେକ୍ଷା କରିଥାନ୍ତି ା ତେଣୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦୃଷ୍ଟିଗୋଚର ହୋଇଥିଲା।