ଶ୍ରୀଦେବୀଙ୍କ ପ୍ରାର୍ଥନା ସଭାରେ ଯୋଗ ଦେବାକୁ ଏକାକି ଗଲେ ବୋନି

ମୁମ୍ବାଇ: ବଲିଉଡ୍‌ ଚାନ୍ଦନି ଗର୍ଲ ଶ୍ରୀଦେବୀଙ୍କ ମୃତ୍ୟୁକୁ ୨ ବର୍ଷ ପୂରଣ ହୋଇ ସାରିଛି। ଏଥିପାଇଁ ତାଙ୍କ ଘର ଚେନ୍ନାଇରେ ଏକ ସ୍ବତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିବା ସୂଚନା ମିଳିଛି। ଆଉ ଏଥିପାଇଁ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ବିଳମ୍ବିତ ରାତିରେ ମୁମ୍ବାଇରୁ ଚେନ୍ନାଇ ଗସ୍ତ କରିଥିବା କୁହାଯାଉଛି। ସୋମବାର ବିଳମ୍ବିତ ରାତିରେ ବୋନି ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ ହୋଇଥିବା ବେଳେ ସେ ବୋଧହୁଏ ଝିଅ ଜାହ୍ନବୀ ଓ ଖୁସିଙ୍କ ବିନା ଚେନ୍ନାଇ ଗସ୍ତ କରିଛନ୍ତି ବୋଲି କୁହାଯାଉଛି। ତେବେ ଏମାନେ ଉକ୍ତ ପ୍ରାର୍ଥନା ସଭାରେ ଯୋଗ ଦେବେ କି ନା ସେ ସମ୍ପର୍କରେ କୌଣସି ସଠିକ୍‌ ଖବର ମିଳିନାହିଁ। ସୂଚନାଯୋଗ୍ୟ, ଦୁବଇର ଏକ ହୋଟେଲରେ ଥିବା ବାଥ୍‌ଟବରେ ବୁଡି ୨ ବର୍ଷ ତଳେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା। ଫେବୃୟାରୀ ୨୪ରେ ତାଙ୍କର ପରଲୋକ ହୋଇଥିବା ବେଳେ ଚଳିତ ବର୍ଷ ଝିଅ ଜାହ୍ନବୀ ମା’ ଶ୍ରୀଦେବୀଙ୍କ ସହ ଏକ ଫଟୋ ଶେୟାର କରି ଇମୋଶନାଲ ବାର୍ତ୍ତା ମଧ୍ୟ ପୋଷ୍ଟ କରିଥିଲେ।

Share