ଶ୍ରୀଧରଙ୍କ ନୀରବତା

ପ୍ରଯୋଜକ ଶ୍ରୀଧର ମାର୍ଥା। ଏବେ ସେ ବେଶ୍‌ ମାପିଚୁପି କଥାବାର୍ତ୍ତା କରୁଛନ୍ତି। ଦେଖୁନାହାନ୍ତି, ହୋମ୍‌ ବ୍ୟାନର ରେଞ୍ଜ ରୟାଲ ସିନେ ଲ୍ୟାବ୍‌ରେ ପ୍ରସ୍ତୁତ ହୋଇଛି ସତ୍ୟ ଘଟଣା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ପାଟଣାଗଡ଼’। ହେଲେ ଫିଲ୍ମଟି କେବେ ପରଦା ଉପରକୁ ଆସିବ ସେନେଇ ଏ ପର୍ଯ୍ୟନ୍ତ ପ୍ରଯୋଜନା ସଂସ୍ଥା ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ଏପରି ପ୍ରଶ୍ନର ଉତ୍ତରରେ ଶ୍ରୀଧର ମଧ୍ୟ ନୀରବ। ହେଲେ ଏହି ନୀରବତା ପଛରେ କ’ଣ କାରଣ ରହିଛି? ଏ ସମ୍ପର୍କରେ ସେ କହନ୍ତି, ‘ଏବେ ‘ପାଟଣାଗଡ଼’ ରିଲିଜ୍‌କୁ ନେଇ ଆଲୋଚନା ହେଉଛି। କିନ୍ତୁ ବର୍ତ୍ତମାନ ମୁଁ ଏ ନେଇ କିଛି କହିବି ନାହିଁ। ଅର୍ଥାତ୍‌, ନୋ କମେଟ୍‌ ପ୍ଳିଜ୍‌। ସମୟ ଆସିଲେ ମୁଁ ଏ ନେଇ ନିଶ୍ଚୟ ସୂଚନା ଦେବି।’ ତେବେ ‘ପାଟଣାଗଡ଼’କୁ ନେଇ ଶ୍ରୀଧରଙ୍କ ନୀରବତା କେବେ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଲା।

Share