Categories: ଜାତୀୟ

ଶ୍ରୀନଗରରୁ କୁଖ୍ୟାତ ଆତଙ୍କବାଦୀ ଗିରଫ

ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଶ୍ରୀନଗର ପୋଲିସକୁ ବଡ଼ ସଫଳତା ମିଳିଛି। ଶନିବାର ସୁରକ୍ଷାକର୍ମୀ ଓ ଶ୍ରୀନଗର ପୋଲିସର ମିଳିତ ଅଭିଯାନରେ ଜଣେ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏଥିସହ ତାଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶ୍ରୀନଗରରେ କୁଖ୍ୟାତ ଆତଙ୍କବାଦୀ ନିସାର ଅହମ୍ମଦ ଡାର ଲୁଚିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ଏହାପରେ ଶୁକ୍ରବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଶ୍ରୀନଗର ପୋଲିସ ମିଳିତ ଭାବେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ଶନିବାର ସର୍ଚ୍ଚ ଅପରେଶନ୍‌ ସମୟରେ ଆତଙ୍କବାଦୀ ନିସାରଙ୍କୁ ପୋଲିସ ଗିରଫ କରିଥିଲା। ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ସହ ନିସାରର ସମ୍ପୃକ୍ତି ଥିବା ଜଣାପଡ଼ିଛି। ଗତ କିଛି ବର୍ଷରୁ ସେ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା ବେଳେ ତାଙ୍କ ବିରୋଧରେ ୮ଟି ଏତଲା ରୁଜୁ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି।

Share