ଶ୍ରୀନଗର,୪।୮: କେନ୍ଦ୍ର ସରକାର ଶୀଘ୍ର ଜମ୍ମୁ-କଶ୍ମୀର ଛାଡ଼ିବା ଲାଗି ନିର୍ଦ୍ଦେଶ ଜାରି କରିବା ଫଳରେ ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହାକୁ ଦେଖି ବିମାନ ପରିବହନ କମ୍ପାନୀଗୁଡ଼ିକ ଟିକେଟ ଦାମ ବଢ଼ାଇ ଫାଇଦା ନେବାର ଉଦ୍ୟମ କରୁଥିବାବେଳେ ଏୟାର ଇଣ୍ଡିଆ ଶ୍ରୀନଗରରୁ ଦିଲ୍ଲୀ ଟିକେଟ ଦାମ୍ ଧାର୍ଯ୍ୟ କରିଛି। ଏଥିପାଇଁ ଟିକେଟ ଦାମ ଦାମ ୬ ହଜାର ୭ଶହ ୧୫ ଟଙ୍କା ରହିଥିବା ଏୟାର ଇଣ୍ଡିଆ କହିଛି। ସେହିପରି ଦିଲ୍ଲୀରୁ ଶ୍ରୀନଗର ଟିକେଟ ଦାମ ୬ ହଜାର ୮ଶହ ୯୯ ଟଙ୍କା ରହିଛି। ଅପରପକ୍ଷରେ ଯିବା ଆସିବା ଟିକେଟ ଦାମ ୯ ହଜାର ୫ ଶହ ଟଙ୍କା ଥିବା ଏୟାର ଇଣ୍ଡିଆ ପ୍ରବକ୍ତା ଧନଞ୍ଜୟ କୁମାର ସୂଚନା ଦେଇଛନ୍ତି। ଏହି ଧାର୍ଯ୍ୟ ଟିକେଟ ଦାମ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ କହିଛନ୍ତି।