ଶ୍ରୀନଗର,୯।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶୁକ୍ରବାର ଶ୍ରୀନଗର ସ୍ଥିତ ରାଜଭବନରେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିିକଙ୍କୁ ଭେଟିଛନ୍ତି। ଏହି ବୈଠକରେ ଜମ୍ମୁ-କଶ୍ମୀରରେ ଥିବା ବର୍ତ୍ତମାନ ସ୍ଥିତିକୁ ନେଇ ଅଜିତ ଡୋଭାଲ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ ଶାନ୍ତି ପରିସ୍ଥିତି ଜାରି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଦୁହେଁ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଆଗକୁ ଇଦ୍ ଆସୁଥିବାରୁ ଏନେଇ ସହରରେ କିଭଳି ବ୍ୟବସ୍ଥା ରହିଛି ସେନେଇ ଆଲୋଚନା କରାଯାଇଥିଲା।