Categories: ଜାତୀୟ

ଶ୍ରୀନଗରରେ ସୁଧୁରୁଛି ସ୍ଥିତି

ଶ୍ରୀନଗର,୭।୮: ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ମଧ୍ୟ ମିଳିଯାଇଛି। ଏହାପରେ କଶ୍ମୀରରେ ଧାରା ୩୭୦କୁ ଅଚଳ କରି ଦିଆଯାଇଛି। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇ କେନ୍ଦ୍ର ଶାସିତ ରାଜ୍ୟ ଭାବେ ବଦଳିଯାଇଛି। ଘାଟିରେ ଏବେ ବି ୧୪୪ ଧାରା ଜାରି ରହିଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି  ଜମ୍ମୁ-କଶ୍ମୀରରେ ମୋବାଇଲ ସେବା ଓ ଇଣ୍ଟରନେଟ ସେବା ବନ୍ଦ ରହିଛି। ହେଲେ ଏହାରି ଭିତରେ ଏବେ ଶ୍ରୀନଗରର ସ୍ଥିତି ସୁଧୁରିବାରେ ଲାଗିଛି। ଲୋକମାନଙ୍କ ପାଇଁ ଦୋକାନ ବଜାର, ପେଟ୍ରୋଲ ପମ୍ପ ଓ ଔଷଧ ଦୋକାନ ଖୋଲା ରହିଛି। ଫଳରେ ସ୍ଥାନୀୟ ଲୋକେ ରାସ୍ତାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଏଥିସହ ଲୋକମାନେ ଜରୁରୀ ଜିନିଷ ପାଇଁ ଦୋକାନ ବଜାରକୁ ଯାଉଥିବା ନଜର ଆସିଛନ୍ତି। ସେହିପରି ବୁଧବାର ଶ୍ରୀନଗରର ବିମାନବନ୍ଦରକୁ ମଧ୍ୟ ଖୋଲି ଦିଆଯାଇଛି।

Share