Categories: ଜାତୀୟ

ଶ୍ରୀନଗରରେ ୨ ଡଜନ ଆତଙ୍କବାଦୀ: ଦୋକାନୀଙ୍କୁ ଦେଉଛନ୍ତି ଖୋଲା ଧମକ

ଶ୍ରୀନଗର,୧୬ା୯(ପି.ଟି.): ଶ୍ରୀନଗରରେ ଏବେ ଦୁଇ ଡଜନ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ସେମାନେ ସହର ଓ ଏହାର ଆଖପାଖରେ ଅବାଧରେ ବୁଲୁଛନ୍ତି ଏବଂ ବ୍ୟବସାୟୀମାନଙ୍କୁ ଦୋକାନ ନ ଖୋଲିବା ପାଇଁ ଖୋଲା ଧମକ ଦେଉଛନ୍ତି। ଏହା ସୁରକ୍ଷା ବଳ ପାଇଁ ଚିନ୍ତାର କାରଣ ସାଜିଛି। ପୂର୍ବରୁ ଆତଙ୍କବାଦ ନିରୋଧୀ ଅପରେଶନଗୁଡ଼ିକରେ ଟେକାମାଡ଼ ପାଇଁ ଆତଙ୍କବାଦୀମାନେ ଉସୁକାଇ ସ୍ଥିତିକୁ ଅଧିକ ସଙ୍ଗିନ କରିଦେଇଥିଲେ। ତେଣୁ ଯେପରି ଏହାର ପୁନରାବୃତ୍ତି ନ ଘଟିବ, ତାହା ସୁନିଶ୍ଚିତ କରିବା ଲାଗି ଯବାନମାନେ ସବୁ ପ୍ରକାର ପ୍ରତିଷେଧମୂଳକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।
ଆତଙ୍କବାଦୀମାନେ ମୁକୁଳା ବୁଲୁଛନ୍ତି। ଆତଙ୍କବାଦୀମାନେ ଲୋକଙ୍କୁ ସେମାନଙ୍କ ଅନୁସାରେ ଚଳିବା ପାଇଁ କହୁଛନ୍ତି। ଆନ୍‌ଚର ଲେକ୍‌ ଓ ସୌରା ଅଞ୍ଚଳକୁ ସେମାନେ ବନ୍ଦକରି ରଖିଛନ୍ତି। ଦୋକାନ ବଜାର ନ ଖୋଲିବା ପାଇଁ ବ୍ୟବସାୟୀଙ୍କୁ ଧମକ ଦେଉଛନ୍ତି। ଏହି ବିଷୟକୁ ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ୍‌ ସିଂ ମଧ୍ୟ ସ୍ବୀକାର କରିଛନ୍ତି।

Share