Categories: ଜାତୀୟ

ଶ୍ରୀନଗରରେ ଏକକାଳୀନ ନମାଜ ପଢିବାରେ ଲାଗିଲା ପ୍ରତିବନ୍ଧକ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ସୋମବାର ଏଠାରେ ପ୍ରଥମ କରି ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଛି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଠାକାର ମୋହାଲା ମସ୍‌ଜିଦରେ ଲୋକେ ନମାଜପାଠ କରିବା ପାଇଁ ପହଞ୍ଚିଥିଲେ। ହେଲେ ସମସ୍ତଙ୍କୁ ଏକକାଳୀନ ମସଜିଦ ଭିତରକୁ ନ ଛାଡି ପର୍ଯ୍ୟାୟ କ୍ରମେ ଏମାନେ ନମଜ ପାଠ କରିବାର ବନ୍ଦୋବସ୍ତ କରିଥିଲା ପୋଲିସ। ଯେ କୌଣସି ସମୟରେ କିଛି ଅଘଟଣକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Share