Categories: ଜାତୀୟ

ଶ୍ରୀନଗରେ ସ୍ଥିତି ହେଉଛି ସ୍ବାଭାବିକ

ଶ୍ରୀନଗର,୨୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଅଶାନ୍ତ ପରିସ୍ଥିତି ସୃଷ୍ଟିହେବା ଅନୁମାନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ତେବେ ୧୫ ଦିନ ପରେ ଶ୍ରୀନଗର ସହରର ବ୍ୟବସାୟୀକ କେନ୍ଦ୍ର ଲାଲ ଚୌକରେ ଲାଗିଥିବା ବ୍ୟାରିକେଡକୁ ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଏବେ କିନ୍ତୁ ଏହି ସ୍ଥିତିରେ ସୁଧାର ଆସିଛି। ସାଧାରଣ ଜନ ଜୀବନ ସ୍ବାଭାବିକ ହେବା ସହ ସମସ୍ତ ସ୍କୁଲ କଲେଜ ଖୋଲି ଯାଇଛି। ହେଲେ ସ୍କୁଲରେ ଦ୍ୱିତୀୟ ଦିନରେ ଉପସ୍ଥାନ କମ୍‌ ଥିବା ବେଳେ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥାନରେ ଉନ୍ନତି ଦେଖାଦେଇଛି। ତେବେ ଶ୍ରୀଗନରର ତଳମୁଣ୍ଡରେ ଥିବା ଘାଟିରେ ଏପର୍ଯ୍ୟନ୍ତ ସ୍ବାଭାବିକ ପରିସ୍ଥିତି ଆସିନାହିଁ।

Share